ଲୟର୍ଡ ହେଉଛି ଭାରତର ପ୍ରଥମ ଆଇନଗତ ପରାମର୍ଶ ପ୍ଲାଟଫର୍ମ ଯାହା ଏକ୍ସକ୍ଲୁସିଭ୍ ଭାବେ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ନିର୍ମିତଷ୍ଟାର୍ଟଅପ୍ ଗୁଡ଼ିକ ସମ୍ପୂର୍ଣ୍ଣ ମାଗଣାରେ ପରାମର୍ଶ ସେବା ବୁକ୍ କରିପାରିବେ କିମ୍ବା ଅଗ୍ରଣୀ ଆଇନ ଉପଦେଷ୍ଟାଙ୍କଠାରୁ ପ୍ରସ୍ତାବ ପ୍ରାପ୍ତ କରିପାରିବେଆଇଡିଆ ପର୍ଯ୍ୟାୟରୁ ପ୍ରସ୍ଥାନ ପର୍ଯ୍ୟନ୍ତ, ଲୟର୍ଡ 2500+ ଷ୍ଟାର୍ଟଅପ୍ ଗୁଡ଼ିକୁ ସେମାନଙ୍କର ଆଇନଗତ ଆବଶ୍ୟକତାରେ ସାହାଯ୍ୟ କରିଛି.
_______________________________________________________________________________________________
ପ୍ରଦତ୍ତ ସେବାଗୁଡ଼ିକ
ଚୁକ୍ତି ଓ ରାଜିନାମା: ଠିକ୍ ସମୟରେ ଠିକ୍ ଚୁକ୍ତି ଲାଗୁ କରି ନିଜ ବ୍ୟବସାୟକୁ ସୁରକ୍ଷା ଦିଅନ୍ତୁ. ନିଜର ବ୍ୟବସାୟ ଆବଶ୍ୟକତା-ଅଂଶଧାରଣ ରାଜିନାମା, ଗ୍ରାହକ/ବିକ୍ରେତା ରାଜିନାମା ଏବଂ ୱେବସାଇଟ୍ ନିୟମ ଓ ସର୍ତ୍ତାବଳୀ ପାଇଁ ଜଣେ ବିଶେଷଜ୍ଞଙ୍କ ସହ ଆଲୋଚନା କରନ୍ତୁ.
1ବୌଦ୍ଧିକ ସମ୍ପତ୍ତି: ନିଜର ବୌଦ୍ଧିକ ସମ୍ପତ୍ତି ତିଆରି କରି ଓ ତାହାକୁ ସୁରକ୍ଷିତ ରଖି ନିଜର ବ୍ରାଣ୍ଡକୁ ନିରାପଦ ରଖନ୍ତୁ ଏବଂ ପ୍ରତିଯୋଗୀଙ୍କଠାରୁ ଆଗରେ ରୁହନ୍ତୁ. ଟ୍ରେଡମାର୍କ, ପ୍ୟାଟେଣ୍ଟ, ଡିଜାଇନ୍, କପିରାଇଟ୍ ଏବଂ ବ୍ୟାପାର ଗୋପନୀୟତା ପାଇଁ ଫାଇଲିଂ କରିବା ଓ ଲଢ଼ିବାରେ ଲୟର୍ଡ ଆପଣଙ୍କୁ ସାହାଯ୍ୟ କରିଥାଏ.
2ଷ୍ଟାର୍ଟଅପ୍ ଫଣ୍ଡିଂ ଓ ଫାଇନାନ୍ସ: ଜଣେ ନିବେଶକଙ୍କ ସହିତ ଏକ ସନ୍ତୁଳିତ ସର୍ତ୍ତାବଳୀ ରଖିବା ଏକ ସୁଖୀ ବ୍ୟବସାୟର ଚାବିକାଠି ଅଟେ. ନିବେଶକଙ୍କ ସର୍ତ୍ତ-ପତ୍ରକୁ ପଢ଼ି ବୁଝିବା ଓ ସରଳୀକୃତ କରିବା ତଥା କମ୍ପାନୀର ଆର୍ଥିକ ଅଭିବୃଦ୍ଧିକୁ ଆପଣଙ୍କୁ ବୁଝିବାରେ ସହାୟତା କରିବାରେ ଜଣେ ଓକିଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି.
3ପଞ୍ଜୀକରଣ, ଲାଇସେନ୍ସ ଓ ଅନୁପାଳନ: ଜଣେ ବିଶେଷଜ୍ଞଙ୍କ ସହାୟତାରେ ନିଜ ଷ୍ଟାର୍ଟଅପ୍ ର ଢାଞ୍ଚାକୁ ଯତ୍ନର ସହିତ ଗଠନ କରି ନିଜ କମ୍ପାନୀର ପରିଚାଳନାକୁ ସୁବ୍ୟବସ୍ଥିତ କରନ୍ତୁ. ଏକ ସମୃଦ୍ଧିଶାଳୀ ବ୍ୟବସାୟ ଗଠନ କରିବା ପାଇଁ ଆବଶ୍ୟକ ଲାଇସେନ୍ସ ହାସଲ କରିବା ଏବଂ ସରକାରୀ ମାର୍ଗଦର୍ଶନକୁ ଅନୁସରଣ କରିବା ପାଇଁ ଆମେ ଆପଣଙ୍କୁ ପରାମର୍ଶ ଦେଉଛୁ.
4