ଭାରତରେ ବ୍ୟବସାୟ କରିବା

1 ଭାରତରେ ଗୋଟିଏ ବ୍ୟବସାୟ ଆରମ୍ଭ କରନ୍ତୁ

ଏକ ବ୍ୟବସାୟ ଉଦ୍ୟୋଗ ହେଉଛି ଉତ୍ପାଦନରେ ସମ୍ପୃକ୍ତ ଥିବା ଏକ ବିତ୍ତୀୟ ଅନୁଷ୍ଠାନ ଏବଂ/କିମ୍ବା ଧନଲାଭ ଏବଂ ହାସଲ ନିମନ୍ତେ ସାମଗ୍ରୀ ଏବଂ ସେବା ବଣ୍ଟନ. ଏ ମଧ୍ୟରେ ବହୁ ସଂଖ୍ୟକ କାର୍ଯ୍ୟକଳାପ ରହିଛି ଯାହାକି ଦୁଇଟି ବିସ୍ତୃତ ଶ୍ରେଣୀରେ ବର୍ଗୀକୃତ କରାଯାଇପାରେ ଯେମିତିକି ଶିଳ୍ପ ଏବଂ ବାଣିଜ୍ୟ. ପ୍ରତ୍ୟେକ ଉଦ୍ୟୋଗୀ ଏକ ବ୍ୟବସାୟ ଆରମ୍ଭ କରିବା ଏବଂ ଏହାକୁ ଏକ ସଫଳ ଉଦ୍ୟୋଗ କରିବାରେ ଏକ ଲକ୍ଷ୍ୟ ରଖନ୍ତି.

 

ଦି ଉଦ୍ୟୋଗ ନିର୍ଦ୍ଦେଶାଳୟ ବିଭିନ୍ନ ରାଜ୍ୟର ନୋଡାଲ୍ ଏଜେନ୍ସି ଅଟେ ଯାହାକି ନୂଆ ଉଦ୍ୟୋଗୀମାନଙ୍କୁ ସମ୍ପୃକ୍ତ ରାଜ୍ୟରେ ଏକ ଶିଳ୍ପ ୟୁନିଟ୍ ଆରମ୍ଭ କରିବାରେ ସହାୟତା ଓ ମାର୍ଗଦର୍ଶନ କରିଥାଏ. ସେମାନେ ଶିଳ୍ପ ନିବେଶ ପାଇଁ ଶିଳ୍ପ ଏବଂ ଅନ୍ୟାନ୍ୟ ଏଜେନ୍ସି ମଧ୍ୟରେ ଏକ ଅନ୍ତରାପୃଷ୍ଠ ପ୍ରଦାନ କରନ୍ତି ଏବଂ ଉଦ୍ୟୋଗୀମାନଙ୍କୁ ଏକକ ବିନ୍ଦୁ-ଏକକ ଖିଡ଼କୀରେ ବିଭିନ୍ନ ବିଭାଗରୁ ବିଭିନ୍ନ ଶିଳ୍ପ ଅନୁମୋଦନ ଏବଂ କ୍ଲିୟରାନ୍ସ ପାଇବାରେ ସକ୍ଷମ କରନ୍ତି.

2 ଏକ ବ୍ୟବସାୟକୁ ଆର୍ଥିକ ସୁବିଧା ଯୋଗାଇଦେବା

ବ୍ୟବସାୟ ଅର୍ଥ ଜଣେ ଉଦ୍ୟୋଗୀ ଦ୍ୱାରା ତାଙ୍କର ବ୍ୟବସାୟ ଅନୁଷ୍ଠାନ ସହ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକଳାପ ପରିଚାଳନା ନିମନ୍ତେ ଆବଶ୍ୟକ ପାଣ୍ଠି ଏବଂ ଆର୍ଥିକ ସହାୟତାକୁ ସୂଚିତ କରେ. ଏହା ଗୋଟିଏ ବ୍ୟବସାୟ ଜୀବନଚକ୍ରର ପ୍ରତ୍ୟେକ ପର୍ଯ୍ୟାୟରେ ଆବଶ୍ୟକ ହୋଇଥାଏ. ଯଦିଓ ଗୋଟିଏ ଉଦ୍ୟୋଗ ଦ୍ୱାରା ଆବଶ୍ୟକୀୟ ପୁଞ୍ଜିର ପରିମାଣ ବ୍ୟବସାୟର ପ୍ରକାର ଏବଂ ଆକାର ଉପରେ ନିର୍ଭର କରେ କିନ୍ତୁ ଏହାର ସମୟୋପଯୋଗୀ ଏବଂ ପର୍ଯ୍ୟାପ୍ତ ଯୋଗାଣ ଯେ କୌଣସି ପ୍ରକାରର ଶିଳ୍ପ (କ୍ଷୁଦ୍ର, ମଧ୍ୟମ କିମ୍ବା ବୃହତ୍ ଯାହା ହେଉନା କାହିଁକି) ସ୍ଥାପନ ପାଇଁ ଅପରିହାର୍ଯ୍ୟ. ଭାରତରେ ଆର୍ଥିକ ସହାୟତା ବ୍ୟବସ୍ଥା, ଅର୍ଥବଜାର ଏବଂ ପୁଞ୍ଜିବଜାର ଭାବରେ ଶ୍ରେଣୀଭୁକ୍ତ କରାଯାଇପାରେ. ଆର୍ଥିକ ବଜାରର କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ହେଉଛି ସର୍ବୋଚ୍ଚ କର୍ତ୍ତୃପକ୍ଷ, ଅପରପକ୍ଷେ ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ପୁଞ୍ଜିବଜାରର କାର୍ଯ୍ୟକଳାପ ପର୍ଯ୍ୟବେକ୍ଷଣ କରିଥାଏ.

ଏହି ବ୍ୟବସ୍ଥାର ମୁଖ୍ୟ ଉପାଦାନଗୁଡ଼ିକ ଯାହା ଜରିଆରେ ଜଣେ ଉଦ୍ୟୋଗୀ ତାଙ୍କର ଉଦ୍ୟୋଗ ନିମନ୍ତେ ଅର୍ଥ ଗ୍ରହଣ କରିପାରିବେ ସେଗୁଡ଼ିକ ହେଉଛି: -

a) ଭେଞ୍ଚର୍ କ୍ୟାପିଟାଲ୍: ଭେଞ୍ଚର କ୍ୟାପିଟାଲ ସେହି କ୍ଷୁଦ୍ର ଓ ମଧ୍ୟମ ଆକାରର ଫାର୍ମଗୁଡ଼ିକ ପାଇଁ ଆର୍ଥିକ ମହତ୍ତ୍ଵପୂର୍ଣ୍ଣ ଉତ୍ସ ଅଟେ, ଭେଞ୍ଚର କ୍ୟାପିଟାଲିଷ୍ଟମାନେ ବିଭିନ୍ନ କ୍ଷେତ୍ରର ପେଶାଦାର ମାନଙ୍କୁ ସାମିଲ କରିଥାନ୍ତି. ସେମାନେ ପରିଯୋଜନା ଗୁଡ଼ିକୁ ଯାଞ୍ଚ କରିବା ପରେ ଏହି ସଂସ୍ଥାଗୁଡ଼ିକୁ ପାଣ୍ଠି (ଯାହାକୁ ଭେଞ୍ଚର କ୍ୟାପିଟାଲ ଫଣ୍ଡ କୁହାଯାଏ) ପ୍ରଦାନ କରନ୍ତି.

b) ବ୍ୟାଙ୍କ: ବ୍ୟାଙ୍କ ହେଉଛି ଏକ ଅନୁଷ୍ଠାନ ଯାହା ଜନତାଙ୍କ ଠାରୁ ଟଙ୍କା ଜମା ଗ୍ରହଣ କରିଥାଏ, ଯାହାକି ଚାହିଦା ଅନୁସାରେ ପରିଶୋଧଯୋଗ୍ୟ ଏବଂ ଚେକ୍ ଦ୍ୱାରା ଉଇଡ୍ର କରାଯାଇପାରିବ. ଏଭଳି ଡିପୋଜିଟ୍ ଅନ୍ୟମାନଙ୍କୁ ଋଣ ପ୍ରଦାନ କରିବା ପାଇଁ ବ୍ୟବହାର କରାଯାଏ ଏବଂ ନିଜର କୌଣସି ପ୍ରକାରର ବ୍ୟବସାୟକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ବ୍ୟବହାର କରାଯାଏ ନାହିଁ. ଋଣ ପ୍ରଦାନକାରୀଙ୍କ ଶବ୍ଦ ମଧ୍ୟରେ ଋଣକର୍ତ୍ତାଙ୍କୁ ପ୍ରତ୍ୟକ୍ଷ ଋଣ ଓ ଖୋଲା ବଜାର ପ୍ରତିଭୂତିରେ ନିବେଶ ମାଧ୍ୟମରେ ପରୋକ୍ଷ ଋଣ ଉଭୟ ସାମିଲ ଅଟେ. 

C) ସରକାରୀ ଯୋଜନା: ଜଣେ ଉଦ୍ୟୋଗୀଙ୍କୁ କେବଳ ତାଙ୍କର ବ୍ୟବସାୟ ସ୍ଥାପନ ପାଇଁ ନିରନ୍ତର ଫଣ୍ଡର ପ୍ରବାହ ଆବଶ୍ୟକ କରେ ନାହିଁ, ବରଂ ସଫଳ କାର୍ଯ୍ୟ ତଥା ଶିଳ୍ପ ୟୁନିଟ୍ ର ନିୟମିତ ଉନ୍ନତିକରଣ/ଆଧୁନିକୀକରଣ ପାଇଁ ମଧ୍ୟ ଆବଶ୍ୟକ କରେ. ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ, ସରକାର (କେନ୍ଦ୍ର ଓ ରାଜ୍ୟ ଉଭୟ ସ୍ତରରେ) ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ ସ୍ଥାପନ, ବିଭିନ୍ନ ନୀତି ଓ ଯୋଜନା ପ୍ରସ୍ତୁତ କରିବା ଇତ୍ୟାଦି ଭଳି ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି. ଏପରି ସମସ୍ତ ପଦକ୍ଷେପ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ପ୍ରଚାର ଓ ବିକାଶ ପାଇଁ ବିଶେଷ ଭାବରେ କେନ୍ଦ୍ରିତ ଅଟେ

d) ଅଣ-ବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀ: ଅଣ-ବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀ (ଏନବିଏଫସି) ଭାରତୀୟ ଆର୍ଥିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଭାବରେ ଦ୍ରୁତ ଉଦୀୟମାନ ହେଉଛନ୍ତି. ଏହା ହେଉଛି ଅନୁଷ୍ଠାନଗୁଡ଼ିକର ଏକ ମିଶ୍ରିତ ଗୋଷ୍ଠୀ (ବ୍ୟବସାୟିକ ଏବଂ ସମବାୟ ବ୍ୟାଙ୍କଗୁଡ଼ିକ ଛଡ଼ା) ଯାହା ବିଭିନ୍ନ ଉପାୟରେ ଆର୍ଥିକ ମଧ୍ୟସ୍ଥତା ପ୍ରଦାନ କରିଥାଏ, ଯଥା ଜମା ଗ୍ରହଣ, ଋଣ ଏବଂ ଆଡଭାନ୍ସ ପ୍ରସ୍ତୁତ କରିବା, ଲିଜିଙ୍ଗ୍, ଭଡ଼ା କ୍ରୟ ଇତ୍ୟାଦି. ସେମାନେ ଜନତାଙ୍କ ଠାରୁ ସିଧାସଳଖ କିମ୍ବା ପରୋକ୍ଷ ଭାବରେ ଟଙ୍କା ଉତ୍ଥାପନ କରନ୍ତି ଏବଂ ସେମାନଙ୍କୁ ଅନ୍ତିମ ଖର୍ଚ୍ଚ ପ୍ରଦାନକାରୀଙ୍କୁ ଋଣ ପ୍ରଦାନ କରନ୍ତି. 

e) ଆର୍ଥିକ ଅନୁଷ୍ଠାନ: ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ପର୍ଯ୍ୟାପ୍ତ ଯୋଗାଣ ପ୍ରଦାନ କରିବା ପାଇଁ ଭାରତ ସରକାର ଦେଶରେ ଏକ ସୁବ୍ୟବସ୍ଥିତ ଆର୍ଥିକ ସଂରଚନା ବିକଶିତ କରିଛନ୍ତି. ଏହି ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ସେମାନଙ୍କର କାର୍ଯ୍ୟର ଭୌଗୋଳିକ ସୁରକ୍ଷା ଆଧାରରେ ସମଗ୍ର ଭାରତୀୟ ଅନୁଷ୍ଠାନ ଏବଂ ରାଜ୍ୟ ସ୍ତରୀୟ ଅନୁଷ୍ଠାନଗୁଡ଼ିକରେ ବିସ୍ତୃତ ଭାବରେ ବର୍ଗୀକୃତ କରାଯାଇପାରିବ. ରାଷ୍ଟ୍ରୀୟ ସ୍ତରରେ, ସେମାନେ ଉଚିତ ସୁଧ ହାରରେ ଦୀର୍ଘକାଳୀନ ଏବଂ ମଧ୍ୟମ ମିଆଦୀ ଋଣ ପ୍ରଦାନ କରନ୍ତି. 

3 ଗୋଟିଏ ବ୍ୟବସାୟ ପାଇଁ ଆଇନଗତ ବିଚାର

ଯେ କୌଣସି ଦେଶରେ ଏକ ସଫଳ ବ୍ୟବସାୟିକ ପରିବେଶ ନିମନ୍ତେ ଆଇନଗତ ଦିଗ ଏକ ଅପରିହାର୍ଯ୍ୟ ଅଂଶ. ଏଗୁଡ଼ିକ ନୀତିର ରୂପରେଖ ଏବଂ ସେହି ଦେଶର ସରକାରୀ ସରଞ୍ଚନାର ମନୋବୃତ୍ତି ପ୍ରତିଫଳିତ କରିଥାଏ. ଭାରତରେ ଗୋଟିଏ କମ୍ପାନୀ ସହ ସମ୍ପର୍କିତ ସବୁ ପ୍ରକାର ବିଷୟକୁ ନିୟନ୍ତ୍ରଣ କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଇନ ହେଉଛି କମ୍ପାନୀଜ୍ ଆକ୍ଟ, 1956. ଏ ମଧ୍ୟରେ ଗୋଟିଏ କମ୍ପାନୀ ସ୍ଥାପନ ସମ୍ପର୍କିତ ବ୍ୟବସ୍ଥା, ନିର୍ଦ୍ଦେଶକ ଏବଂ ପରିଚାଳକମାନଙ୍କର କ୍ଷମତା ଏବଂ ଦାୟିତ୍ୱ, ପୁଞ୍ଜି ସଂଗ୍ରହ, କମ୍ପାନୀର ବୈଠକ ଅନୁଷ୍ଠିତ କରାଇବା, କମ୍ପାନୀ ଜମାଖାତାର ରକ୍ଷଣାବେକ୍ଷଣ ହିସାବ, କମ୍ପାନୀ ବ୍ୟାପାରର ନିରୀକ୍ଷଣ ଏବଂ ଯାଞ୍ଚର କ୍ଷମତା ,ପୁନର୍ଗଠନ ଏବଂ ଗୋଟିଏ କମ୍ପାନୀର ମିଶ୍ରଣ ଏବଂ ଏପରିକି ଗୋଟିଏ କମ୍ପାନୀ ବନ୍ଦ କରିବା ସମ୍ପର୍କିତ ସୂଚନା ଆଦି ରହିଛି.

ଭାରତୀୟ ଚୁକ୍ତି ଆଇନ, 1872, ଆଉ ଏକ ବିଧାନ ଯାହା କମ୍ପାନୀର ସମସ୍ତ ନେଣ ଦେଣ ନିୟନ୍ତ୍ରଣ କରିଥାଏ. ଏହା ଚୁକ୍ତି ସୃଷ୍ଟି ଏବଂ କାର୍ଯ୍ୟକାରିତା ସମ୍ପର୍କିତ ସାଧାରଣ ସିଦ୍ଧାନ୍ତଗୁଡ଼ିକୁ ନିର୍ଦ୍ଧାରିତ କରିଥାଏ; ଏକ ରାଜିନାମା ଓ ଅଫର୍ ର ବ୍ୟବସ୍ଥା କୁ ନିୟନ୍ତ୍ରଣ କରୁଥିବା ନିୟମ; କ୍ଷତିପୂରଣ ଓ ଗ୍ୟାରେଣ୍ଟି, ବେଲମେଣ୍ଟ ଓ ପ୍ଲେଜ୍ ଓ ଏଜେନ୍ସି ସମେତ ବିଭିନ୍ନ ପ୍ରକାରର କଣ୍ଟ୍ରାକ୍ଟ. ଏହା ମଧ୍ୟ ଗୋଟିଏ ଚୁକ୍ତି ଉଲ୍ଲଘଂନ ସମ୍ପର୍କିତ ବ୍ୟବସ୍ଥା ରଖିଥାଏ.

ଅନ୍ୟ ମୁଖ୍ୟ ବିଧାନଗୁଡ଼ିକ ହେଉଛି:- ଶିଳ୍ପ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ1951; ଟ୍ରେଡ୍ ୟୁନିଅନ ଆଇନ; ପ୍ରତିଯୋଗିତା ଆଇନ, 2002; ମଧ୍ୟସ୍ଥତା ଏବଂ ବୁଝାମଣା ଆଇନ, 1996; ବିଦେଶୀ ମୁଦ୍ରା ପରିଚାଳନା ଆଇନ (ଏଫଇଏମଏ),1999; ବୌଦ୍ଧିକ ସମ୍ପଦ ଅଧିକାର ସମ୍ପର୍କିତ ଆଇନଗୁଡ଼ିକ ସହ ଶ୍ରମିକ କଲ୍ୟାଣ ସମ୍ପର୍କିତ ଆଇନଗୁଡ଼ିକ.

4 ଭାରତରେ ବ୍ୟବସାୟ କରପ୍ରଦାନ


ଭାରତରେ ଏକ ସୁ-ବିକଶିତ କର ବ୍ୟବସ୍ଥା ରହିଛି. ଭାରତୀୟ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ କର ଏବଂ ଟିକସ ଲାଗୁ କରିବାର କ୍ଷମତା ସରକାରର ତିନୋଟି ପର୍ଯ୍ୟାୟ ମଧ୍ୟରେ ଆବଣ୍ଟିତ. ମୁଖ୍ୟ କର /ଟିକସଗୁଡ଼ିକ ଯାହା ସଂଘୀୟ ସରକାର ଲାଗୁ କରିବାର କ୍ଷମତା ରହିଛି ସେଗୁଡ଼ିକ ହେଉଛି: -

କ) ଆୟକର (କୃଷିଜାତ ଆୟ ଉପରେ କରକୁ ବାଦ୍ ଦେଇ, ଯାହା ରାଜ୍ୟ ସରକାର ଲାଗୁ କରିପାରିବେ)

ଖ) ସୀମା ଶୁଳ୍କ, କେନ୍ଦ୍ରୀୟ ଅବକାରୀ ଶୁଳ୍କ ଓ ବିକ୍ରି କର ଏବଂ

ଗ) ସେବା କର

ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହେଉଥିବା ମୁଖ୍ୟ କର ଗୁଡ଼ିକ ହେଉଛି: -

କ) ବିକ୍ରି କର (ଆନ୍ତଃ-ରାଜ୍ୟ ସାମଗ୍ରୀ ବିକ୍ରି ଉପରେ କର),

ଖ) ଷ୍ଟାମ୍ପ ଶୁଳ୍କ (ସମ୍ପତ୍ତି ସ୍ଥାନାନ୍ତର ଉପରେ ଶୁଳ୍କ),

ଗ) ରାଜ୍ୟ ଅବକାରୀ ଶୁଳ୍କ (ଆଲକୋହଲ ଉତ୍ପାଦନ ଉପରେ ଶୁଳ୍କ),

ଘ) ଭୂ ରାଜସ୍ୱ (କୃଷି/ଅଣକୃଷି ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଜମି ଉପରେ ଖଜଣା),

ଙ) ଆମୋଦ ଉପରେ କର ଏବଂ ପେସା ଏବଂ ଆଗ୍ରହ ଉପରେ କର.

 

ସ୍ଥାନୀୟ କର୍ତ୍ତୃପକ୍ଷମାନେ ଶୁଳ୍କ ଲାଗୁ କରିବା ପାଇଁ କ୍ଷମତାପ୍ରାପ୍ତ: -

କ) ସମ୍ପତ୍ତି କର (କୋଠାବାଡ଼ି ଇତ୍ୟାଦି),

ଖ) ନଗର ଶୁଳ୍କ (ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅଞ୍ଚଳ ମଧ୍ୟରେ ବ୍ୟବହାର/ ଉପଯୋଗ ନିମନ୍ତେ ପ୍ରବେଶ କରୁଥିବା ସାମଗ୍ରୀ ଉପରେ କର),

ଗ) ବଜାର ଉପରେ କର ଏବଂ

ଘ) ଜଳଯୋଗାଣ, ନିଷ୍କାସନ ଇତ୍ୟାଦି ସୁବିଧା ନିମନ୍ତେ କର/ଉପଭୋକ୍ତା ଦେୟ.

 

ଅଧିକ ସୂଚନା ପାଇଁ, ଆପଣ ଗସ୍ତ କରିପାରିବେ: -

କ) ବ୍ୟକ୍ତିବିଶେଷଙ୍କ କରପ୍ରଦାନ - ଲିଙ୍କ କରନ୍ତୁ

ଖ) ଭାଗୀଦାରୀ କରପ୍ରଦାନ - ଲିଙ୍କ କରନ୍ତୁ

ଗ) କର୍ପୋରେଟ୍ ଗୁଡ଼ିକର କରପ୍ରଦାନ - ଲିଙ୍କ କରନ୍ତୁ

ଘ) ବ୍ୟବସାୟ ସଂସ୍ଥା ଗୁଡ଼ିକର ଅନ୍ୟାନ୍ୟ ରୂପ ର କର - ଲିଙ୍କ କରନ୍ତୁ

ଙ) ସେବା କର - ଲିଙ୍କ କରନ୍ତୁ

ଚ) ଟିଡିଏସ୍, ଟିସିଏସ୍, ଟିଏଏନ୍ - ଲିଙ୍କ କରନ୍ତୁ