ଷ୍ଟାର୍ଟଅପ ଇକୋସିଷ୍ଟମ୍

ଗୋଟିଏ ସ୍ଥାନରେ (ବାସ୍ତବିକ ଏବଂ/କିମ୍ବା ଭର୍ଚୁଆଲ୍) ଉଦ୍ୟୋଗୀମାନେ, ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ଷ୍ଟାର୍ଟଅପ୍ ଏବଂ ବିଭିନ୍ନ ସହଯୋଗକାରୀ, ଆର୍ଥିକ ସହାୟତାକାରୀ, ଗବେଷଣା ଏବଂ ନଲେଜ୍ ହବ୍ ଗୁଡ଼ିକ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ସୃଷ୍ଟି କରନ୍ତି.

ଷ୍ଟାର୍ଟଅପ୍:

 

 

ଷ୍ଟାର୍ଟଅପ୍:

ଗୋଟିଏ ଷ୍ଟାର୍ଟଅପ୍ ଏକ ଏକଦମ୍ ନୂତନ ଉଦ୍ୟମଶୀଳ ଉପକ୍ରମ କିମ୍ବା କମ୍ପାନୀ ଯାହାର ଲକ୍ଷ୍ୟ ଏକ ନୂତନ ଉତ୍ପାଦ, ପ୍ରକ୍ରିୟା କିମ୍ବା ସେବା ବିକାଶ କିମ୍ବା ପ୍ରଦାନ କରି ବଜାର ଆବଶ୍ୟକତାକୁ ପୂରଣ କରିବା.

 

ସହଯୋଗକାରୀ ସଂଗଠନଗୁଡ଼ିକ:

 

 

    

ଇନକ୍ୟୁବେଟର୍:

ଏକ ଇନକ୍ୟୁବେଟର ଏକ ପ୍ରଯୁକ୍ତି/ମ୍ୟାନେଜମେଣ୍ଟ ଚିନ୍ତାଧାରାର ଏକ ସଂଗଠନ କିମ୍ବା ଏକ ସ୍ୱାଧୀନ ବ୍ୟବସ୍ଥା ଯାହା ଆଦ୍ୟ ସ୍ତରର ଷ୍ଟାର୍ଟଅପ୍ ଗୁଡ଼ିକୁ କାର୍ଯ୍ୟସ୍ଥଳ, ପରିଚାଳନା ତାଲିମ, କ୍ୟାପ୍ଟିଭ୍ ମେଣ୍ଟର ପୁଲ୍, ପ୍ରଯୁକ୍ତି ସେବା ପ୍ରତି ପହଞ୍ଚ ଇତ୍ୟାଦି ସେବା ପ୍ରଦାନ କରି ସେମାନଙ୍କର ବ୍ୟବସାୟ ଆରମ୍ଭ କରିବାରେ ଏବଂ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ.

 

ଆକ୍ସିଲରେଟର୍‌:

ଏକ ଆକ୍ସେଲେରେଟର ହେଉଛି ଏକ ସଂଗଠନ, ଯାହାକି ଏକ ସ୍ୱାଧୀନ ସଂଗଠନ କିମ୍ବା ଏକ କର୍ପୋରେଟ୍ କାର୍ଯ୍ୟକ୍ରମ ଯାହା ପ୍ରାରମ୍ଭିକ ସ୍ତରର କମ୍ପାନୀଗୁଡ଼ିକୁ ତୀବ୍ର ନିମଜ୍ଜିତ ଶିକ୍ଷା, ମାର୍ଗଦର୍ଶନ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥାଏ. ଷ୍ଟାର୍ଟଅପ୍ ଗୁଡ଼ିକ ନିର୍ଦ୍ଧିଷ୍ଟ ସମୟ ଅବଧି ପାଇଁ ଆସେଲେରେଟରରେ ପ୍ରବେଶ କରନ୍ତି ଏବଂ ଉପରକୁ ଉଠିବା ପାଇଁ ପ୍ରସ୍ତୁତ ପ୍ରତିଷ୍ଠିତ, ଦୃଢ଼ କମ୍ପାନୀ ଭାବରେ ଉତ୍ତୀର୍ଣ୍ଣ ହୁଅନ୍ତି. ଏହାର ଲକ୍ଷ୍ୟ ଏକ କ୍ଷୁଦ୍ର ସମୟ ଅବଧି ମଧ୍ୟରେ ପୋର୍ଟଫୋଲିଓ ବ୍ୟାଚର୍ ଷ୍ଟାର୍ଟଅପ୍ ଗୁଡ଼ିକର ବୃଦ୍ଧିକୁ ତ୍ୱରାନ୍ୱିତ କରିବା.

ମେଣ୍ଟର୍‌:

ମାର୍ଗଦର୍ଶକମାନେ (ଅନୁଭବି ବ୍ୟକ୍ତିବିଶେଷ ବିଶେଷକରି ସେହି ସମାନ ଶିଳ୍ପରୁ) କମ୍ ଅଭିଜ୍ଞତା ସମ୍ପନ୍ନ ଷ୍ଟାର୍ଟଅପ୍ ଗୁଡ଼ିକୁ ଉତ୍ତମ ଅଭ୍ୟାସ, ପରିଚାଳନା ସାଧନ, ଶିଳ୍ପ ସଂଯୁକ୍ତି ଇତ୍ୟାଦିରେ ମାର୍ଗଦର୍ଶନ କରାଇଥାଆନ୍ତି.

 

ଆର୍ଥିକ ସହାୟତା ପ୍ରଦାନକାରୀ ସଂଗଠନଗୁଡ଼ିକ:

 

 

ଆଞ୍ଜେଲ ନିବେଶକ:

ଏସବୁ ସିଡ୍ ବା ଆଦ୍ୟ ପର୍ଯ୍ୟାୟ ନିବେଶକମାନେ ମୁଖ୍ୟତଃ ଖୁବ୍ କମ୍ ପରିମାଣର ଅର୍ଥ ଖଟାଇ ଥାଆନ୍ତି କାରଣ କଳ୍ପିତ ବିପଦ ଖୁବ୍ ଅଧିକ. ସେମାନେ ସାଧାରଣତଃ ସମୃଦ୍ଧ କିମ୍ବା ଉଚ୍ଚ ସମ୍ପତ୍ତି ବିଶିଷ୍ଟ ବ୍ୟକ୍ତିବିଶେଷ.

 

ଭେଞ୍ଚର କ୍ୟାପିଟାଲିଷ୍ଟ/ପ୍ରାଇଭେଟ୍ ଇକ୍ୟୁଟି:

ଏସବୁ କମ୍ପାନୀଗୁଡ଼ିକ ସାଧାରଣତଃ ଗୋଟିଏ କମ୍ପାନୀର ଜୀବନଚକ୍ରର ବୃଦ୍ଧି ଏବଂ ବିଳମ୍ବିତ ପର୍ଯ୍ୟାୟରେ ନିବେଶ କରିଥାନ୍ତି. ଯେହେତୁ ସେଗୁଡ଼ିକ ଫାର୍ମ/ ପେଶାଦାର ନିବେଶକ ସେମାନେ ମଧ୍ୟ ଆଇନଗତ, ହିସାବ ଏବଂ ନେଟ୍ଓ୍ୱାର୍କିଂ ସହଯୋଗ ପାଇବାର ସୁବିଧା ଯୋଗାଇଥାନ୍ତି.

 

ଜ୍ଞାନ:

 

 

ଉତ୍ସଗୁଡିକ ଏବଂ ସାଧନ:

ଗବେଷଣା ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଷ୍ଟାର୍ଟଅପ୍ ଗୁଡ଼ିକୁ ବ୍ୟବସାୟ କୌଶଳ, ଶିଳ୍ପ ଦୃଷ୍ଟିକୋଣ ହାସଲ କରିବା, ବ୍ୟବସାୟ ଯୋଜନା ବିକାଶ କରିବା ଶିଖିବା ଓ ନିବେଶକମାନଙ୍କ ସମ୍ମୁଖରେ ପିଚ୍ କରିବା, ସେମାନଙ୍କର ଆଇନଗତ ଓ ଆର୍ଥିକ ଜ୍ଞାନ କୁ ମଜବୁତ କରିବା ଇତ୍ୟାଦି ସହ ପରିଚିତ ହେବାରେ ସାହାଯ୍ୟ କରନ୍ତି.