ଅଭିନବତା ଏବଂ ବ୍ୟବସାୟ

1 ଆଇପିଆର୍

ଅଭିନବତା ପାଇଁ ବୌଦ୍ଧିକ ସମ୍ପଦ ଅଧିକାର (ଆଇପିଆରଏସ) ଗୁରୁତ୍ୱପୂର୍ଣ୍ଣ ହୋ‍ଇଥାଏ. ଏହା ଯେ କୌଣସି ଜ୍ଞାନ ଆଧାରିତ ଅର୍ଥନୀତିର ମୂଳଦୁଆ. ଏହା ସୃଜନ ଏବଂ ଅଧିକାରଗୁଡ଼ିକର ଇଣ୍ଟରଫେସ୍. ଏହା ଅର୍ଥନୀତିର ସମସ୍ତ କ୍ଷେତ୍ର ଜରିଆରେ ପରିବ୍ୟାପ୍ତ ଏବଂ ଉଦ୍ୟୋଗଗୁଡ଼ିକର ପ୍ରତିଯୋଗିତାମୂଳକ ମନୋଭାବ ସୁନିଶ୍ଚିତ କରିବା ନିମନ୍ତେ କ୍ରମଶଃ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି. ଆଇପିଆର ଭୂମିକା ଜଣେ ଉଦ୍ଭାବକକୁ ତା’ର ସୃଷ୍ଟିକୁ ଆଇନଗତ ଅଧିକାର ପ୍ରଦାନ ପ୍ରଦାନ କରେ ଏବଂ ଅନ୍ୟମାନଙ୍କୁ ସେହି ସୃଷ୍ଟିକୁ ଅବୈଧ ଭାବରେ ଦୋହନ କରିବାରୁ ନିଷେଧ କରେ ଏବଂ ଏହିପରି ଏହି ଚକ୍ରର ପୁନଃ ଉଦ୍ଭାବନ ଏଡାଏ.

ନବୋନ୍ମେଷଗୁଡ଼ିକୁ ସୁରକ୍ଷା ଦେବା ପାଇଁ ବ୍ୟବହୃତ ହେଉଥିବା ଆଇପିଆରର ବିଭିନ୍ନ ସାଧନଗୁଡ଼ିକ ହେଉଛି:-

  • କପିରାଇଟ୍: ସୃଜନଶୀଳ କାର୍ଯ୍ୟଗୁଡ଼ିକର ସୁରକ୍ଷା ସହିତ ସମ୍ବନ୍ଧିତ ଯାହାକି ସଂଗୀତ, ସାହିତ୍ୟ, କଳାତ୍ମକ, ବକ୍ତୃତା, ନାଟକ, କଳା ପ୍ରତିଦାନ, ମଡେଲ୍, ଫଟୋଗ୍ରାଫ୍, କମ୍ପ୍ୟୁଟର ସଫ୍ଟୱେୟାର ଇତ୍ୟାଦି ଅଟେ.
  • ପେଟେଣ୍ଟ: ବ୍ୟବହାରିକ ଅଭିନବତା ସହ ସମ୍ବନ୍ଧିତ ଏବଂ ଅଭିନବ, ସ୍ପଷ୍ଟ ଏବଂ ଉପଯୋଗୀ ଉଦ୍ଭାବନଗୁଡ଼ିକୁ ସୁରକ୍ଷିତ ରଖିବାକୁ ଲକ୍ଷ୍ୟ ରଖିଛି.
  • ଟ୍ରେଡମାର୍କ: ବ୍ୟକ୍ତିଗତ ନାମ, ଅକ୍ଷର, ସଂଖ୍ୟା, ଫିଗରେଟିଭ୍ ଏଲିମେଣ୍ଟ (ଲୋଗୋ) ସମେତ ଶବ୍ଦ/ଚିହ୍ନ ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ବ୍ୟବସାୟିକ ଚିହ୍ନ ଏବଂ ଚିନ୍ତା ସମ୍ବନ୍ଧିତ ଅଟେ; ଡିଭାଇସ୍; ଦୃଶ୍ୟମାନ ଭାବରେ ଅନୁଧ୍ୟାନ କରାଯାଇପାରୁଥିବା ଦୁଇ କିମ୍ବା ତିନିଟି ଆକାର/ଆକୃତି କିମ୍ବା ସେମାନଙ୍କର ମିଶ୍ରଣ; ଶ୍ରବଣୀୟ ଚିହ୍ନ (ଧ୍ଵନି ଚିହ୍ନ) ଯଥା: ଏକ ପଶୁର ଚିହ୍ନ କିମ୍ବା ଶିଶୁର ହସ ଚିହ୍ନଟ; ଅଲ୍ଫାକ୍ଟୋରୀ ମାର୍କ (ଗନ୍ଧ ଚିହ୍ନ), ନିର୍ଦ୍ଦିଷ୍ଟ ସୁଗନ୍ଧର ବ୍ୟବହାର.
  • ଇଣ୍ଡଷ୍ଟ୍ରିଆଲ୍ ଡିଜାଇନ୍: ଆକୃତି, ବିନ୍ୟାସ, ପ୍ୟାଟର୍ନ, ଅର୍ନାମେଣ୍ଟେସନ୍ କିମ୍ବା ଲାଇନ୍ କିମ୍ବା ରଙ୍ଗ ର ରଚନା, ଯେ କୌଣସି ଆର୍ଟିକଲ୍ ରେ ଦୁଇ କିମ୍ବା ତିନି ଆକାର କିମ୍ବା ଉଭୟ ରୂପରେ ପ୍ରୟୋଗ କରାଯାଇଥିବା କିମ୍ବା କୌଣସି ଶିଳ୍ପ ପ୍ରକ୍ରିୟା ଦ୍ୱାରା କିମ୍ବା ମାନୁଆଲ୍, ଯାନ୍ତ୍ରିକ କିମ୍ବା ରାସାୟନିକ, ଭିନ୍ନ କିମ୍ବା ମିଶି ଯାହା ସମାପ୍ତ ହୋଇଥିବା ଆର୍ଟିକଲ୍ ପାଇଁ ଆକର୍ଷିତ ହୋଇଥିବ ଓ କେବଳ ଆଖି ଦ୍ୱାରା ବିଚାର କରାଯାଇଥିବ.
  • ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ (GI): ଶିଳ୍ପ ସମ୍ପତ୍ତିର ସେହି ଦିଗ ଭାବରେ ବ୍ୟାଖ୍ୟା କରାଯାଏ, ଯାହାକି ଦେଶ କିମ୍ବା ସେହି ଉତ୍ପାଦର ମୂଳ ସ୍ଥାନକୁ ସୂଚିତ କରିଥାଏ. ସାଧାରଣତଃ, ଏପରି ନାମ ଉତ୍ପାଦର ଗୁଣବତ୍ତା ଏବଂ ବିଶିଷ୍ଟତାର ଆଶ୍ୱାସନା ପ୍ରଦାନ କରିଥାଏ, ଯାହାକି ମୂଳ ରୂପରେ ସେହି ଭୌଗୋଳିକ କ୍ଷେତ୍ର, କ୍ଷେତ୍ର କିମ୍ବା ଦେଶରେ ଏହାର ଉତ୍ପତ୍ତିର ତଥ୍ୟ ସହିତ ଆବଶ୍ୟକ ଅଟେ.

ବୌଦ୍ଧିକ ସମ୍ପଦ ଅଧିକାରଗୁଡ଼ିକ ସବୁବେଳେ ଆଞ୍ଚଳିକ. ବୈଶ୍ୱୀକରଣ ଏବଂ ପ୍ରଯୁକ୍ତିର ଦ୍ରୁତ ପ୍ରବେଶ ବୌଦ୍ଧିକ ସମ୍ପଦ ଅଧିକାରଗୁଡ଼ିକର ଗୁରୁତ୍ୱକୁ ବୃଦ୍ଧି କରିଛି. 

2 ଆଇପିଆର ନିୟମାବଳୀ

ଭାରତ ଡବ୍ଲୁଟିଓର ଏକ ସଂସ୍ଥାପକ ସଦସ୍ୟ ଏବଂ ବାଣିଜ୍ୟ ସମ୍ପର୍କିତ ବୌଦ୍ଧିକ ସମ୍ପଦ ଅଧିକାରଗୁଡ଼ିକ (ଟିଆରଆଇପିଏସ)ର ବୁଝାମଣା ଅନୁମୋଦନ କରିଛି. ଏହି ବୁଝାମଣା ଅନୁଯାୟୀ ଭାରତ ସମେତ ସମସ୍ତ ସଦସ୍ୟ ଦେଶଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପାରସ୍ପରିକ ବୁଝାମଣା ନିୟମ ଏବଂ ମାନକ ଦ୍ୱାରା ଅନୁବନ୍ଧିତ. ସେହି ଅନୁଯାୟୀ, ଭାରତ ଏକ ବୌଦ୍ଧିକ ସମ୍ପଦ ଅଧିକାର (ଆଇପିଆର)କାଳ ସ୍ଥାପନ କରିଛି, ଯାହାକି ଡବ୍ଲୁଟିଓ ଅନୁକୁଳିତ ଏବଂ ବୈଧାନିକ, ପ୍ରଶାସନିକ ଏବଂ ନ୍ୟାୟିକ, ସମସ୍ତ ସ୍ତରରେ ସୁପ୍ରତିଷ୍ଠିତ.

ସରକାର ଦେଶରେ ବୌଦ୍ଧିକ ସମ୍ପଦ ପରିଚାଳନାର ରଣନୀତିକ ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ବ୍ୟବସ୍ଥିତ କରିବା ପାଇଁ ଏକ ବ୍ୟାପକ ପଦକ୍ଷେପ ନେଇଛନ୍ତି. ପାଟେଣ୍ଟ, ଡିଜାଇନ, ଟ୍ରେଡମାର୍କ ଏବଂ ଭୌଗୋଳିକ ସୂଚକ ସହ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ପରିଚାଳନା ନିମନ୍ତେ ଡିଆଇପିପି ଅଧୀନରେ ପାଟେଣ୍ଟ, ଡିଜାଇନ ଏବଂ ଟ୍ରେଡମାର୍କ ମହାନିର୍ଦ୍ଦେଶକ (ସିଜିପିଡିଟିଏମ) ମୁଖ୍ୟ କର୍ତ୍ତୃପକ୍ଷ ଏବଂ ସେ ମଧ୍ୟ ପରିଚାଳନା ଏବଂ ପର୍ଯ୍ୟବେକ୍ଷଣ କରନ୍ତି :-

  1. ପେଟେଣ୍ଟ କାର୍ଯ୍ୟାଳୟ (ଡିଜାଇନସ୍ ଓ୍ୱିଙ୍ଗ୍ ସମେତ)
  2. ପେଟେଣ୍ଟ ଇନଫର୍ମେସନ୍ ସିଷ୍ଟମ୍ (ପିଆଇଏସ୍)
  3. ଟ୍ରେଡ୍ ମାର୍କ ରେଜିଷ୍ଟ୍ରି (ଟିଏମଆର୍), ଏବଂ
  4. ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ ରେଜିଷ୍ଟ୍ରି (ଜିଆଇଆର୍)

ଏହା ବ୍ୟତୀତ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଶିକ୍ଷା ବିଭାଗରେ ଏକ ‘କପିରାଇଟ୍ ବା ସତ୍ତ୍ୱାଧିକାର କାର୍ଯ୍ୟାଳୟ’ ସ୍ଥାପନ କରାଯାଇଛି ଯାହା ସତ୍ତ୍ୱାଧିକାର ପଞ୍ଜିକରଣ ଏବଂ ଏହାର ନିକଟତମ ଅଧିକାରଗୁଡ଼ିକ ସମେତ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିଥାଏ.

ଯେତେବେଳେ ଏକୀକୃତ ସର୍କିଟଗୁଡ଼ିକରେ ଲେଆଉଟ୍ ଡିଜାଇନ ସହ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଜଡ଼ିତ, ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟରେ ସୂଚନା ପ୍ରଯୁକ୍ତି ବିଭାଗ ହେଉଛି ସର୍ବୋତ୍ତମ ସଂଗଠନ. ଯେତେବେଳେ କି କୃଷି ମନ୍ତ୍ରାଳୟରେ ବୃକ୍ଷ ପ୍ରଜାତିର ସୁରକ୍ଷା ଏବଂ କୃଷକମାନଙ୍କ ଅଧିକାର କର୍ତ୍ତୃପକ୍ଷ ବୃକ୍ଷ ପ୍ରଜାତି ସହ ସମ୍ପର୍କିତ ସମସ୍ତ ପଦପେକ୍ଷ ନୀତି ପରିଚାଳନା କରନ୍ତି.

ଭାରତରେ ଆଇପିଆର୍ ପରିଚାଳନା କରୁଥିବା ବିଧାନ/ ଆଇନଗୁଡ଼ିକ ହେଉଛି: -

a. ଟ୍ରେଡମାର୍କ ଆକ୍ଟ, 1999

b. ସାମଗ୍ରୀଗୁଡ଼ିକର ଭୌଗୋଳିକ ସଙ୍କେତ (ପଞ୍ଜୀକରଣ ଏବଂ ସଂରକ୍ଷଣ) ଆଇନ 1999

c. ଡିଜାଇନ୍ ଆକ୍ଟ, 2000

d. ପେଟେଣ୍ଟ ଆଇନ, 1970 ଏବଂ 2002 ଓ 2005 ରେ ଏହାର ପରବର୍ତ୍ତୀ ସଂଶୋଧନ

ଙ. ଭାରତୀୟ ସତ୍ତ୍ୱାଧିକାର ଆଇନ, 1957 ଏବଂ ଏହାର ସଂଶୋଧନ ସତ୍ତ୍ୱାଧିକାର (ସଂଶୋଧନ) ଆଇନ, 1999

ଚ. ସେମିକଣ୍ଡକ୍ଟର ଇଣ୍ଟିଗ୍ରେଟେଡ୍ ସର୍କିଟ୍ ଲେଆଉଟ ଡିଜାଇନ୍ ଆଇନ, 2000

ଛ. ସେମିକଣ୍ଡକ୍ଟର ଇଣ୍ଟିଗ୍ରେଟେଡ୍ ସର୍କିଟ୍ ଲେଆଉଟ ଡିଜାଇନ୍ ଆଇନ, 2000

3 ଟିଆରଆଇପିଏସ୍

ବାଣିଜ୍ୟ ସମ୍ପର୍କିତ ବୌଦ୍ଧିକ ସମ୍ପତ୍ତି ଅଧିକାର (ଟିଆରଆଇପିଏସ) ବିଷୟକ ବୁଝାମଣା. ଏହା ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସ୍ଥାକୁ ବୌଦ୍ଧିକ ସମ୍ପତ୍ତି ସମ୍ପର୍କିତ ଆଇନ ଆଣିଛି. ଏହି ରାଜିନାମା ସାରା ବିଶ୍ୱରେ ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର ଗୁଡ଼ିକର) ଗୁଡ଼ିକୁ ଏକ ସାଧାରଣ ସର୍ବନିମ୍ନ ଆନ୍ତର୍ଜାତିକ ଭାବରେ ସ୍ୱୀକୃତ ବାଣିଜ୍ୟମାନଙ୍କ ଅଧିନକୁ ଆଣି ସୁରକ୍ଷା ଏବଂ କାର୍ଯ୍ୟକାରିତାରେ ବର୍ତ୍ତମାନ ଥିବା ଫରକଗୁଡ଼ିକର ପରିମାଣ ହ୍ରାସ କରିଛି. ସଦସ୍ୟ ରାଷ୍ଟ୍ରମାନେ ଆନ୍ତର୍ଜାତିକ ବାଣିଜ୍ୟରେ ସମସ୍ୟା ଏବଂ ପ୍ରତିବନ୍ଧକଗୁଡ଼ିକ ହ୍ରାସ କରିବା ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ମାନକଗୁଡ଼ିକ ଦ୍ୱାରା ଅନୁବନ୍ଧିତ ହେବା ଏବଂ ଆଇପିଆର ଗୁଡ଼ିକର ଫଳପ୍ରଦ ସୁରକ୍ଷା କରିବା ଆବଶ୍ୟକ.