ଆର୍.ବି.ଏଲ୍. ବ୍ୟାଙ୍କ

ଆରବିଏଲ ଓ ଷ୍ଟାର୍ଟଅପ୍ ଇଣ୍ଡିଆ ଭାଗୀଦାରୀ

ଆର୍.ବି.ଏଲ୍. ବ୍ୟାଙ୍କ ହେଉଛି ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ବେସରକାରୀ କ୍ଷେତ୍ରୀୟ ବ୍ୟାଙ୍କ, ଯାହା ଛଅଟି ବ୍ୟବସାୟ କିସମ ଯଥା: କର୍ପୋରେଟ୍ ଓ ଅନୁଷ୍ଠାନଗତ ବ୍ୟାଙ୍କିଙ୍ଗ୍, ବ୍ୟବସାୟିକ ବ୍ୟାଙ୍କିଙ୍ଗ୍, ଶାଖା ଓ ବ୍ୟବସାୟ ବ୍ୟାଙ୍କିଙ୍ଗ୍, କୃଷି-ବ୍ୟବସାୟ ବ୍ୟାଙ୍କିଙ୍ଗ୍, ବିକାଶ ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ଅନ୍ତର୍ଭୁକ୍ତତା, ରାଜକୋଷ ଏବଂ ଆର୍ଥିକ ବଜାର କାର୍ଯ୍ୟଧାରା ଅଧୀନରେ ବିଶେଷୀକୃତ ସେବା ଯୋଗାଇଥାଏ. ସମ୍ପ୍ରତି ଏହା 20 ଭାରତୀୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପ୍ତ ନିଜର 246 ଶାଖା ଏବଂ 393 ଏ.ଟି.ଏମ୍.ଗୁଡ଼ିକର ନେଟୱର୍କ ମାଧ୍ୟମରେ 3.54 ମିଲିୟନ୍ ରୁ ଊର୍ଦ୍ଧ୍ୱ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି.

 

ଇଣ୍ଡିଆ ଷ୍ଟାର୍ଟ-ଅପ୍ କ୍ଲବ୍ (ଆଇ.ଏସ୍.ସି.)

ଆର୍.ବି.ଏଲ୍.ରେ ଷ୍ଟାର୍ଟ-ଅପ୍ ତଥା ଉଦୀୟମାନ ଉଦ୍ୟୋଗଗୁଡ଼ିକ ନିମନ୍ତେ ଆମ ନିକଟରେ ଇଣ୍ଡିଆ ଷ୍ଟାର୍ଟ-ଅପ୍ କ୍ଲବ୍ ନାମକ ଏକ ସମର୍ପିତ ଯାଚନା ରହିଛି, ଯେଉଁଠାରେ ଆମେ ନୂଆ ପିଢ଼ିର ଷ୍ଟାର୍ଟ-ଅପ୍ ଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଉ. ଆମର ପ୍ରୟାସ ହେଉଛି ପ୍ରତ୍ୟେକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପ୍ରାନ୍ତରୁ ପ୍ରାନ୍ତ ବ୍ୟାଙ୍କିଙ୍ଗ୍ ସମାଧାନ ତଥା ଏକ ଆଧୁନିକ ଗ୍ରାହକ ଅଭିଜ୍ଞତା ପ୍ରଦାନ କରିବା.

 

ଇଣ୍ଡିଆ ଷ୍ଟାର୍ଟ-ଅପ୍ କ୍ଲବ୍ ସୁବିଧାଜନକ ଓ ସରଳ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇଥାଏ, ଯାହା ନୂଆ ପିଢ଼ିର ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟକୁ ବାଧାରହିତ ଭାବେ ଆରମ୍ଭ ଓ ପରିଚାଳନା କରିବାରେ ସକ୍ଷମ କରିଥାଏ. ଏକ ସମର୍ପିତ ଗ୍ରାହକ ଅଭିଜ୍ଞତା ନମ୍ବର ଏବଂ ଇମେଲ୍ ଆଇଡିରୁ ଆରମ୍ଭ କରି 24*7 ସେବା ପର୍ଯ୍ୟନ୍ତ ତଥା ଏକ ବ୍ୟାପକ ଏ.ଟି.ଏମ୍. ନେଟୱର୍କ ସହିତ, ଆଇ.ଏସ୍.ସି.ରେ ଆମେ ଆପଣଙ୍କୁ ସବୁଠାରେ ବ୍ୟାଙ୍କ ସେବା ହାସଲ କରିବାର ସାମର୍ଥ୍ୟ ପ୍ରଦାନ କରୁ!

 

ଅଧିକନ୍ତୁ, ଷ୍ଟାର୍ଟଅପ୍ ଗୁଡ଼ିକୁ ସେମାନଙ୍କର ଆର୍ଥିକ ନେଣଦେଣକୁ ସ୍ୱୟଂଚାଳିତ କରିବା ଏବଂ ଦ୍ରୁତ ପରିଶୋଧ ଓ ସଂଗ୍ରହକୁ ସୁବିଧାଜନକ କରିବା ପାଇଁ ଆର୍.ବି.ଏଲ୍.ରେ ଆମେ ଏ.ପି.ଆଇ. ପ୍ଲାଟଫର୍ମ ଯୋଗାଇଥାଉ.

ପ୍ରଦତ୍ତ ସେବାଗୁଡ଼ିକ

  • 1କେବଳ ଡି.ପି.ଆଇ.ଆଇ.ଟି. ପ୍ରମାଣିତ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ମୂଲ୍ୟ ସମ୍ବର୍ଦ୍ଧିତ ସେବା ସମେତ ବ୍ୟାଙ୍କିଙ୍ଗ୍ ଓ ପରିଶୋଧ ସେବା, ଖାତା ଖୋଲାଯିବା ତାରିଖରୁ ପ୍ରଥମ 12 ମାସ** ପାଇଁ ଅଣ ରକ୍ଷଣାବେକ୍ଷଣ ଶୁଳ୍କ (ଏନ୍.ଏମ୍.ସି.) ଛାଡ଼ ସହିତ ଫରେକ୍ସ ସେବା.
  • 2ଅବଶିଷ୍ଟ ବର୍ଗ ପାଇଁ ଖାତା ଖୋଲାଯିବା ତାରିଖରୁ ପ୍ରଥମ 6 ମାସ** ପାଇଁ ଅଣ ରକ୍ଷଣାବେକ୍ଷଣ ଶୁଳ୍କ (ଏନ୍.ଏମ୍.ସି.) ଛାଡ଼. ଏକ ବର୍ଷ ପରେ 20,000 ହାରାହାରି ମାସିକ ବଳକା* ସହିତ ଷ୍ଟାର୍ଟଅପ୍ ଖାତା
  • 3ଜଣେ ସମର୍ପିତ ରିଲେସନଶିପ୍ ମ୍ୟାନେଜର.
  • 4ସାରା ଭାରତରେ ଯେକୌଣସି ଏ.ଟି.ଏମ୍.ରୁ ଇଣ୍ଡିଆ ଷ୍ଟାର୍ଟଅପ୍ କ୍ଲବ୍ ଡେବିଟ୍ କାର୍ଡରୁ ଅସୀମିତ ନଗଦ ଉଠାଣ
  • 5ଡିଜିଟାଲ୍ ପରିଶୋଧ ସମାଧାନ ସ୍ଥାପନ ଉପରେ ମାଗଣା ପରାମର୍ଶ ସେବା
  • 6ଘରୋଇ କିମ୍ବା ଏଫ୍.ଡି.ଆଇ. ମାର୍ଗ ମାଧ୍ୟମରେ ପାଣ୍ଠିଯୋଗାଣର ପ୍ରବନ୍ଧନ ସହିତ ମାଗଣା ସହାୟତା ଓ ମାର୍ଗଦର୍ଶନ
  • 7ସାଲାରୀ ଆକାଉଣ୍ଟ ଜିରୋ ବାଲାନ୍ସ - କର୍ମଚାରୀଙ୍କ ପାଇଁ କୌଣସି ସର୍ବନିମ୍ନ ମାନଦଣ୍ଡ ନ ଥାଇ ଷ୍ଟାର୍ଟଅପ୍ କର୍ମଚାରୀଙ୍କ ପାଇଁ କର୍ପୋରେଟ୍ ବେତନ ଖାତା
ଅଫରିଙ୍ଗ ପାଇବା ପାଇଁ, ଏଠାରେ ଆପ୍ଲାଏ କରନ୍ତୁ

ଆମ ସହ ଯୋଗାଯୋଗ କରନ୍ତୁ